ଭୁବନେଶ୍ବର: ନନ୍ଦନକାନନରେ ଥିବା ଓରାଙ୍ଗଉଟାନର ହେବ କି ନାମକରଣ । ନନ୍ଦନକାନନରେ ଥିବା ସବୁ ପ୍ରାଣୀଙ୍କ ପରି ଓରାଙ୍ଗଉଟାନକୁ ମିଳିବ କି ନୁଆ ନାମ । କାରଣ ନନ୍ଦନକାନନରେ ରହିଥିବା ପ୍ରତ୍ୟକ ପ୍ରାଣୀଙ୍କର ରହିଛି ସ୍ବତନ୍ତ୍ର ନାମ । ଏବେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ରାତିରେ ସେମାନେ ଭଲ ଭାବରେ ଶୋଉଛନ୍ତି ।
ପାଣିପାଗ ସହ ଖାପ ଖୁଆଇବା ପାଇଁ ଏସି ସହ ଝରକା ଖୋଲି ତାପମାତ୍ରା ସହ ଖାପ ଖୁଆଇବା ପାଇଁ ଚେଷ୍ଟା କରାଯାଉଛି । ନନ୍ଦନକାନନରେ ସର୍ବସାଧାରଣଙ୍କ ପାଇଁ ଏବେ ନିଷ୍ପତି ହୋଇନି। M1 M2 ଓ F1 F2 F3 ଭଳି ରିପୋର୍ଟ ପ୍ରସ୍ତୁତ କରୁଛୁ । ଆଗକୁ ପ୍ରତିଷ୍ଠା ଦିବସ ନଚେତ୍ ପ୍ରଶାସନିକ ଉଚିତ ସମୟ ଆସିଲେ ଆମେ ଚିନ୍ତା କରିବୁ ନାମ । କିନ୍ତୁ ଏବେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ ।
ଏପରିକି ଦିନ ବେଳା ଭଳି ରାତିରେ ସେମାନେ ଭଲ ଭାବରେ ଶୋଉଛନ୍ତି । ତଥାପି ମଝିରେ ମଝିରେ ସେମାନଙ୍କୁ ଚେକ୍ କରୁଛୁ । ଆମ ପାଣିପାଗ ସହ ଖାପ ଖୁଆଇବା ପାଇଁ ମଝିରେ ଏସି ସହ ଝରକା ଖୋଲି ଆମ ତାପମାତ୍ରା ସହ ଖାପ ଖୁଆଇବା ପାଇଁ ଚେଷ୍ଟା କରୁଛୁ। ନନ୍ଦନକାନନ ରେ ସର୍ବସାଧାରଣଙ୍କ ଦେଖିବା ପାଇଁ ଏବେ ତ ନିଷ୍ପତି ହେଇନି । ଯେହେତୁ ସେମାନେ କୁନି ବୟସରେ ଅଛନ୍ତି ।
ସେମାନେ ସୁସ୍ଥ ହେବା ପରେ ପ୍ରଶାସନିକ ନିଷ୍ପତି ଓ ଉଚ୍ଚ କତୃପକ୍ଷ ନିଷ୍ପତି କ୍ରମେ ଓରାଙ୍ଗଉଟାନଙ୍କୁ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ପ୍ରଦର୍ଶିତ କରାଯିବ କି ନାହିଁ ନିଷ୍ପତି ନିଆଯିବ । ଆଉ ନନ୍ଦନକାନନରେ ପୂର୍ବରୁ ଓରାଙ୍ଗଉଟାନଙ୍କୁ ପାଳିବାର ଅଭିଜ୍ଞତା ଅଛି । ତେଣୁ ତାଙ୍କୁ ସୁହାଇଲା ଭଳି ପଣିପାଗ ଆମର ମଧ୍ୟ ଏଠାରେ ଅଛି ଓରାଙ୍ଗଉଟାନଙ୍କ ପାଇ ସେଭଳି କିଛି ସମସ୍ୟା ହେବନି ବୋଲି କହିଛନ୍ତି ଡେପୁଟି ଡାଇରେକ୍ଟର ।
41 Shares
133 Views
45 Loves